ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୨ରୁ ଓଡ଼ିଶାରେ ଗଡ଼ିବ ୩ଟି ‘ଶ୍ରମିକ ଶ୍ପେଶାଲ ଟ୍ରେନ’ । ଏ ସଂପର୍କରେ ସୂଚନା ଦେଇଛନ୍ତି, କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନ ସୁଦ୍ଧା ଅନେକ ପ୍ରବାସୀ ଓଡ଼ିଆ ବାହାରେ ରହିଛନ୍ତି, ଯାହାଫଳରେ ଏହି ୩ଟି ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେଣୁ ତାଙ୍କ ଅନୁରୋଧ ରକ୍ଷା କରି ‘ଶ୍ରମିକ ଶ୍ପେଶାଲ ଟ୍ରେନ’ ଚଳାଇବାକୁ ଅନୁମତି ଦେଇଛନ୍ତି । ଏହି ୩ଟି ଟ୍ରେନ ପୁରୀ-ଗାନ୍ଧୀଧାମ, ପୁରୀ-ଅହମଦାବାଦ, ପୁରୀ-ଓଖା ରୁଟ ଦେଇ ଚାଲିବ । ଏହି ‘ଶ୍ରମିକ ଶ୍ପେଶାଲ ଟ୍ରେନ’ ଚଳାଇବାକୁ ଅନୁମତି ଦେଇଥିବାରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ପିୟୁସ ଗୋଏଲଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ମୁତାବକ, ପ୍ରବାସୀ ଓଡ଼ିଆଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚାଲୁ କରିବା ପାଇଁ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0