ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଡିଏଲ ଓ ଲର୍ଣ୍ଣିଂ ପାଇଁ ବନ୍ଦ ହୋଇଥିବା ଡ୍ରାଇଭିଂ ଟେଷ୍ଟ ପୁଣି ଥରେ ଆରମ୍ଭ ହେବ । ଆସନ୍ତା ୨ରୁ ୩ ଦିନ ଭିତରେ ଡିଏଲ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆରମ୍ଭ ହେବ ଟେଷ୍ଟ । କରୋନା କଟକଣା ମାନି ଦୈନିକ ୨୦ ହଜାର ଟେଷ୍ଟ କରାଯିବ । ଏନେଇ ପରିବହନ କମିଶନରଙ୍କୁ ପରିବହନ ବିଭାଗ ଚିଠି ଲେକିଥିବା ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୂଚନା ମୁତାବକ, କରୋନା ମହାମରୀ ଯୋଗୁ ଲକଡାଉନ୍, ଶଟଡାଉନ୍ କଟକଣା ଲାଗୁ ହେବାର ଡିଏଲ ଓ ଲର୍ଣ୍ଣିଂ ପାଇଁ ଡ୍ରାଇଭିଂ ଟେଷ୍ଟ ବନ୍ଦ ହୋଇଯାଇଥିଲା । ଏବେ ସବୁ କିଛି ଧିରେ ଧିରେ ସ୍ୱାଭାବିକ ହେବାକୁ ଲାଗିଥିବା ବେଳେ ଡିଏଲ ଓ ଲର୍ଣ୍ଣିଂ ପାଇଁ ଳାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0