spot_img

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ୪ ମାଓବାଦୀ ନିହତ

କନ୍ଧମାଳ: ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବେଲଘର ଥାନା ସିର୍କିରେ ଏସଓଜି ଓ ସିପିଆଇଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗଳିବିନିମୟରେ ୪ ଜଣ ମାଓବାଦୀଙ୍କର ମୃତୁ୍ୟ ଘଟିଛି । ଏଥିସହ ଘଟଣଶସ୍ଥଳରୁ ସୁରକ୍ଷାକର୍ମୀ ମାଓ ସାମଗ୍ରୀ ଜବତ କରିଛନ୍ତି । ସୂଚନାକ୍ରମେ, ଗୁଳିବିନିମୟ ସମୟରେ କିଛି ମାଓବାଦୀ ସେଠାରୁ ଚମ୍ପଟ ମାରିଥିଲେ । ତେଣୁ ଏନେଇ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨ ମାଓବାଦୀ ନିହତ ହୋଇଥିଲେ । ସେହିପରି ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୪ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । ୬ ତାରିଖରେ ପୁଣି ଗୁଳି ବିନିମୟରେ ଆଉଜଣେ ମାଓବାଦୀ ନିହତ ହୋଇଥିଲେ । ଏପରି ଭାବେ ମାତ୍ର ୨୦ ଦିନ ମଧ୍ୟରେ ୭ ଜଣ ମାଓବାଦୀଙ୍କର ମୃତୁ୍ୟ ହୋଇଥିଲା । ଯାହାକି ମାଓ ଦୁର୍ଗକୁ ଭାଙ୍ଗି ଦେଇଥିଲା । ସେହିପରି କିଛିଦିନ ପୂର୍ବରୁ କନ୍ଧମାଳ ପୁଲିସ ଜିଲ୍ଲାର ଫିରିଙ୍ଗିଆ ଥାନାରେ ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ପୋରକ ସହ ୨୮ଟି ଡ଼ିଟୋନେଟର ଜବତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular