ରାୟଗଡ଼ା: ସାର ଦୁର୍ନୀତିର ଗୁମର ଖୋଲିବା ପରେ ରାୟଗଡ଼ା ଜିଲ୍ଲାରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରାଥମିକ ପର୍ୟ୍ୟାୟରେ କୃଷି ବିଭାଗ ପକ୍ଷରୁ ୭ ଡିଲରଙ୍କ ଲାଇସେନସ୍ ରଦ୍ଦ କରାଯାଇଛି। ଏଥି ସହ ୪ ଲ୍ୟାମ୍ପସ, ରାୟଗଡ଼ା ଏମପିସିଏସ୍ ସମେତ ୧୮ ଡିଲରଙ୍କୁ କୃଷି ବିଭାଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ୧୫ ଦିନ ମଧ୍ୟରେ ଡିଲରମାନେ ନିଜ ପକ୍ଷ ରଖିବା ପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦ କିଶୋର ସିଂହ। ସେହିପରି ସାର ଦୁର୍ନୀତିରେ ସଂପୃକ୍ତ ଲ୍ୟାମ୍ପସ ଓ ଏମପିସିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ଉପନିବନ୍ଧକ ପ୍ରମୋଦ କୁମାର ସାହୁ।
ରାୟଗଡ଼ା, ଗୁଣପୁର, ମୁନିଗୁଡା କୃଷି ଜିଲ୍ଲାରେ ସାର ବଣ୍ଟନରେ ଡିଲରଙ୍କୁ କୃଷି ବିଭାଗର ଅହେତୁକ ଅନୁକମ୍ପା ଏବଂ ଲ୍ୟାମ୍ପସରେ ଚାଷୀଙ୍କ ନାଁରେ ଡିଲରଙ୍କୁ ଟନ୍ ଟନ୍ ସାର ବିକ୍ରି କରାଯାଇଥିବା ନେଇ ଖବର ପ୍ରକାଶ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କୃଷି ଓ ସମବାୟ ବିଭାଗକୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ଜିଲ୍ଲାପାଳ ରିପୋର୍ଟ ମାଗିବା ପରେ କୃଷି ଓ ସମବାୟ ବିଭାଗ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଡିଲର ଓ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହୋଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0