ସାଲେପୁର: କିରୋସିନି ପିଇ ଦେଢ ବର୍ଷର ଶିଶୁପୁତ୍ର ଗୁରୁତର । ଏଭଳି ଏକ ଘଟଣା ଘଟିଛି କଟକ ସାଲେପୁର ଥାନା ଅନ୍ତର୍ଗତ କଟରପା ଗାଁରେ । ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କଟକ ଏସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଶିଶୁଟି କଟରପା ଗାଁର ରବିନ୍ଦ୍ର ଭୋଇଙ୍କ ପୁତ୍ର ବୋଲି ଜଣାପଡ଼ିଛି ।
ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆସିବା ପାଇଁ । ପ୍ରାୟ ୧ ଘଣ୍ଟା ହୋଇଯାଇଥିଲେ ମଧ୍ୟ କୌଣସି ଆମ୍ବୁଲାନ୍ସ ଆସିନଥିଲା । ସେପଟେ ଶିଶୁର ଯନ୍ତ୍ରଣାକୁ ସହିନପାରି ପରିବାର ଲୋକ ବାଧ୍ୟ ହୋଇ ମଟରସାଇକେଲ ଯୋଗେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0