ଭୁବନେଶ୍ବର : କରୋନା ସଙ୍କଟ ସମୟରେ ଭେଣ୍ଟିଲେଟର ଆମ୍ବୁଲାନ୍ସ ଅତି ଜରୁରୀ ହୋଇ ପଡ଼ିଛି। ତେଣୁ ଏହାକୁ ସାଂସଦ ପାଣ୍ଠି କିମ୍ବା ସିଏସ୍ଆର ପାଣ୍ଠିରୁ କିଣିବା ଲାଗି ପ୍ରସ୍ତାବ ଦେବାକୁ ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ଏ ବାବଦ ପ୍ରସ୍ତାବ ଆସନ୍ତା ୧୫ତାରିଖ ସୁଦ୍ଧା ବିଭାଗ ନିକଟରେ ପହଞ୍ଚିବା ଲାଗି କୁହାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍) ଜରିଆରେ ଭେଣ୍ଟିଲେଟର ଆମ୍ବୁଲାନ୍ସ କିଣାଯିବ। ଯାହାଫଳରେ ରାଜ୍ୟରେ ଏବେ ଯେଉଁ ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ୟ୍ୟ କରୁଛି ତାହିଁରେ ଏହାକୁ ଇଣ୍ଟଗ୍ରେଟ୍ କରାଯାଇ ପାରିବ। ଏଥିପାଇଁ ସମସ୍ତ ସାଂସଦ(ଲୋକସଭା,ରାଜ୍ୟସଭା)ଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହିତ ସାଂସଦ ପାଣ୍ଠିରୁ ଜିଲ୍ଲା ପାଇଁ କେତୋଟି ଆମ୍ବୁଲାନ୍ସ କିଣାଯାଇ ପାରିବ ତାହାର ପ୍ରସ୍ତାବ ବିଭାଗକୁ ଦେବାକୁ କୁହାଯାଇଛି। ଏହାସହ ସିଏସ୍ଆର ପାଣ୍ଠିରୁ ମଧ୍ୟ ଭେଣ୍ଟିଲେଟର ଆମ୍ବୁଲାନ୍ସ କିଣିବା ନେଇ ବିଭାଗକୁ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0