ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୯ ଶହ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୯ଶହ ୯୧ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୬୭୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୯୨ ଜଣ, ପୁରୀରୁ ୩୩୨ ଜଣ, ରାୟଗଡ଼ାରୁ ୫୮ଜଣ, ଭଦ୍ରକରୁ ୮୨ଜଣ, ମୟୂରଭଞ୍ଜରୁ ୧୬୦ ଜଣ, ସୁନ୍ଦରଗଡ଼ରୁ ୯୮ ଜଣ, ବରଗଡ଼ରୁ ୧୬୯ ଜଣ, କେନ୍ଦୁଝରରୁ ୮୧ ଜଣ, ଗଞ୍ଜାମରୁ ୯୫ ଜଣ, ନବରଙ୍ଗପୁରରୁ ୧୨୫ ଜଣ, କେରାପୁଟରୁ ୧୨୭ ଜଣ, ସମ୍ବଲପୁରରୁ ୧୦୪ ଜଣ, ନୟାଗଡ଼ରୁ ୪୮ ଜଣ, ସୁବର୍ଣ୍ଣପୁରରୁ ୭୪ ଜଣ, ଜଗତସିଂହପୁରରୁ ୧୦୯ ଜଣ, ଅନୁଗୁଳରୁ୧୧୪ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, ବୌଦ୍ଧରୁ ୪୧ ଜଣ, ବଲାଙ୍ଗିରରୁ ୧୮୦ ଜଣ, ନୂଆପଡ଼ାରୁ ୯୬ ଜଣ, ଝାରସୁଗୁଡ଼ାରୁ ୪୯ ଜଣ, କଳାହାଣ୍ଡିରୁ ୭୪ ଜଣ, କନ୍ଧମାଳରୁ ୫୭ ଜଣ, ଦେବଗଡ଼ରୁ ୧୮ ଜଣ, ଯାଜପୁରରୁ ୧୪୮ ଜଣ, ଢ଼େଙ୍କାନାଳରୁ ୧୦୧ ଜଣ, ଗଜପତିରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୧୯ ଜଣ ଓ ବାଲେଶ୍ୱରରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0