ଜୟପୁର: ଘରୁ ଟାଣି ନେଇ ସ୍ବାମୀ ଓ ସ୍ତ୍ରୀକୁ ଅତି ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପୋଲିସ ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନରେ ଥିବା ଘାଣ୍ଟ୍ରାଗୁଡ଼ା ଗାଁରେ ଘଟଣା ଘଟିଛି।
ଅନ୍ୟପଟେ ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାର ଛାନଭିନ ଜାରିରଖିଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ସେହିପରି ମୃତ୍ୟୁ ବରଣ କରିଥିବା ଦମ୍ପତ୍ତି ହେଲେ ୫୦ ବର୍ଷୀୟ ଲୋଛ ମୁଦୁଲି ଏବଂ ୪୫ ବର୍ଷୀୟ ଚିଙ୍ଗି ମୁଦୁଲି । ଦଶମନ୍ତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0