spot_img

ଆଜି ରାଜ୍ୟରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ କରୋନାରେ ବଳି ପଡ଼ୁଛି ଅମୂଲ୍ୟ ଜୀବନ । ଆଜି ଦିନକରେ କରୋନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରୁ ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ୨ଜଣ, କଟକରୁ ୨ ଜଣ , ଗଞ୍ଜାମରୁ ଜଣେ , କୋରାପୁଟରୁ ଜଣେ , ନୟାଗଡ଼ରୁ ଜଣେ, ପୁରୀରୁ ୨ ଜଣ ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular