ଗଞ୍ଜାମ: ଗଞ୍ଜାମ ଶେରଗଡ ବ୍ଲକରେ ୟୁରିଆ ସାରର ଅଭାବ ଦେଖାଦେଇଛି । ସ୍ଥିତି ଏଭଳି ହୋଇଛି ଯେ, ବସ୍ତାଏ ସାର ପାଇଁ ଚାଷୀଙ୍କୁ ଲମ୍ବା ଲାଇନରେ ଜଗିବାକୁ ପଡୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଶେରଗଡର କରାଡକଣା ସେବା ସମବାୟ ସମିତିରେ । ମଙ୍ଗଳବାରଦିନ ସାର ବଣ୍ଟନ ହେବା ଜଣାପଡିବା ପରେ ଚାଷୀମାନେ ଆସି ଲମ୍ବାଲାଇନ ଲଗାଇଥିଲେ । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା । ଚାଷୀଙ୍କ ଅସମ୍ଭାଳ ଭିଡ ଦେଖି ସେବା ସମବାୟ ସମିତି କର୍ତୃପକ୍ଷ ଅସହାୟ ପାଲଟିଯାଇଥିଲେ । ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାର ବଣ୍ଟନ କରାଯାଇଥିଲା । ସାର ନେବା ପାଇଁ ପାଖାପଖି ୩ ହଜାର ଚାଷୀ ଥିବାବେଳେ ମାତ୍ର ୬ ଶହ ସାରବସ୍ତା ଥିଲା । ଦୀର୍ଘ ସମୟ ଧରି ଚାଷୀ ଜଗିବା ପରେ ଖାଲି ହାତରେ ଫେରିଥିଲେ । ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ଚାଷୀ ବଜାରରୁ ଚଢାଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0