spot_img

IPL ଆୟୋଜନ ତଦାରଖ ପାଇଁ ଦୁବାଇରେ ପହଞ୍ଚିଲେ ଗାଙ୍ଗୁଲି

ଦୁବାଇ: ଚଳିତ ମାସ ୧୯ରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଆଇପିଏଲ ଆୟୋଜନର ତଦାରଖ ପାଇଁ ବୁଧବାର ଦୁବାଇରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ)ର ସଭାପତି ସୋରଭ ଗାଙ୍ଗୁଲି । ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ଆଇପିଏଲ ଦୁବାଇର ତିନୋଟି ସହରରେ ଖେଳାଯିବ । ଗତ ବର୍ଷର ଦୁଇଟି ଫାଇନାଲିଷ୍ଟ ଦଳ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର କିଙ୍ଗସ ଚଳିତ ବର୍ଷର ଉଦଘାଟନୀ ମ୍ୟାଚ ଖେଳିବେ । ଦୁବାଇ ଯିବା ପୂର୍ବରୁ ଗାଙ୍ଗୁଲି ତାଙ୍କ ଇନଷ୍ଟାଗ୍ରାମରେ ମାସ୍କ ଏବଂ ଫେସସିଲ୍ଡ ପିନ୍ଧିଥିବାର ଏକ ଫଟୋ ଛାଡ଼ି ଲେଖିଛନ୍ତି ‘୬ ମାସ ପରେ ଆଇପିଏଲ ମ୍ୟାଚ ପାଇଁ ଦୁବାଇ ଯାତ୍ରା ମୋର ପ୍ରଥମ ଥର । ପୂର୍ବରୁ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଓ ଅନ୍ୟ ଅଧିକାରୀ ମାନେ ଦୁବାଇରେ ପହଞ୍ଚିଛନ୍ତି । ଚଳିତ ବର୍ଷ ଟି୨୦ ବିଶ୍ୱକପ ସ୍ଥଗିତ ରହିବା ଯୋଗୁଁ ଆଇପିଏଲ ଆୟୋଜନ ପାଇଁ ବିସିସିଆଇକୁ ସୁଯୋଗ ମିଳିଛି । ଯଦି ଆଇପିଏଲ ବାସନ୍ଦ ହୋଇଥାନ୍ତା, ତାହେଲେ ବିସିସିଆଇ ୪୦୦୦ କୋଟି ଟଙ୍କାର ରାଜସ୍ୱ ହରାଇଥାନ୍ତା । ଚେନ୍ନାଇ ସୁପର କିଙ୍ଗସର ୧୩ ଜଣ ସଦସ୍ୟ କରୋନା ପଜିଟିଭ ବାହାରିଲା ପରେ ଆଉ କୋଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବାରୁ ଏହା ବିସିସିଆଇ ପାଇଁ ଏକ ଆସ୍ୱସ୍ଥିକର ଖବର ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular