ବଲାଙ୍ଗୀର: ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ । ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତିନି ଜଣିଆ କମିଟି ବଲାଙ୍ଗୀର ଗସ୍ତ କରିଥିଲେ । ବନ୍ଦ ପଡିଥିବା ପ୍ରକଳ୍ପ କାମ କିପରି ଆଗେଇବ ସେନେଇ ସହରର ବିଭିନ୍ନ ଅନୁଷ୍ଠାନ, ବୁନ୍ଧିଜୀବି , ବିସ୍ଥାପିତ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ବିସ୍ଥାପିତଙ୍କୁ ମଧ୍ୟ ସେମାନଙ୍କ କ୍ଷତିପୂରଣ ଟଙ୍କା ଖୁବ ଶୀଘ୍ର ମିଳିବ । ଯାହାକୁ ନେଇ ବଲାଙ୍ଗୀରବାସୀ ଓ ବିସ୍ଥାପିତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।
ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପାଖାପାଖି ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୨୯ ଖଣ୍ଡ ଗାଁର ଲୋକ ବିସ୍ଥାପିତ ହୋଇଛନ୍ତି। ଏବେ ବି ବହୁ ଗାଁର ବିସ୍ଥାପିତ ସେମାନଙ୍କ କ୍ଷତିପୁରଣ ବାବଦକୁ ଟଙ୍କା ପାଇ ପାରି ନାହାନ୍ତି। ଏନେଇ ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଆକ୍ସନ କମିଟି ତରଫରୁ ଜିଲ୍ଳାପାଳଙ୍କୁ ଭେଟି ପ୍ରକଳ୍ପ କାମ ଆଗେଇବାକୁ ନିବେଦନ କରାଯାଇଥିଲା। ଏପରିକି ଗୋଟିଏ ମାସ ମଧ୍ୟରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଡେଡଲାଇନ ଦେଇଥିଲା ଆକ୍ସନ କମିଟି।
ସେପଟେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ଯଦି ପ୍ରକଳ୍ପ କାମରେ କୌଣସିବି ବିଭ୍ରାଟ ଦେଖାଦିଏ , ତାହେଲେ ଆକ୍ସନ କମିଟି ନିଜେ ପ୍ରକଳ୍ପ କାମ କରିବ ବୋଲି ଚେତାବନୀ ଦେଇଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0