spot_img

ରାଫେଲ ପାଇଁ ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ଧୋନୀ

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା ପାଇଁ ଗୁରୁବାର ହେଉଛି ଏକ ଐତିହାସିକ ଦିନ । ଫ୍ରାନ୍ସରୁ କିଣାଯାଇଥିବା ୫ଟି ଲଢୁଆ ରାଫେଲ ଯୁଦ୍ଧ ବିମାନ ଆଜି ଭାରତୀୟ ବାୟୁ ସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛି । ଏଥିପାଇଁ ଅମ୍ବାଲା ବିମାନ ବନ୍ଦରରେ ଆୟୋଜିତ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ପ୍ଲୋରେଂସ ପାର୍ଲି ମଧ୍ୟ ଉପସ୍ଥିତ ଥିଲେ । ଏଭଳି ଏକ ଖୁସି ମୂହୁର୍ତ୍ତରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।

 

‘ବାୟୁ ସେନାର ସୁବର୍ଣ୍ଣ ଯୁଗରେ ରାଫେଲ ବିମାନ ସାମିଲ ହୋଇଥିବାରୁ ସୁଭେଚ୍ଛା । ଆଶା କରୁଛି କି ରାଫେଲ ମିରାଜ-୨୦୦୦କୁ ପଛରେ ପକାଇବ କିନ୍ତୁ ସୁଖୋଇ ମୋର ଏବେବି ପସନ୍ଦ । ତାହା ସହିତ ଏବେ ଭାରତୀୟ ଯବାନ ମାନଙ୍କୁ ଶତ୍ରୁ ପକ୍ଷକୁ ଅତି ସହଜରେ ପରାସ୍ତ କରିବା ପାଇଁ ଏକ ନୁଆ ଲକ୍ଷ ମିଳିଗଲା’ ବୋଲି ଧୋନୀ ଟ୍ୱିଟ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular