ଜୟପୁର : କୋରାପୁଟ ଜିଲ୍ଲାରେ ହତ୍ୟାକାଣ୍ଡକୁ ନେଇ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଘରୁ ଟାଣି ନେଇ ସ୍ଵାମୀ ଓ ସ୍ତ୍ରୀକୁ ନିର୍ମମ ହତ୍ୟା କରାଯାଇଛି। ଘଟଣାରେ ଖୋଳତାଡ କରି ଦଶମନ୍ତପୁର ବ୍ଲକ ସଦର ପୋଲିସ ୫ ଜଣଙ୍କୁ ଗିରଫ କରିଛି।। ହେଲେ ତିନି ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ବର୍ଗକୁ ମୃତ ଶରୀର ହସ୍ତାନ୍ତର କରିଛି।
ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦମ୍ପତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପୋଲିସ ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନରେ ଥିବା ଘାଣ୍ଟ୍ରାଗୁଡ଼ା ଗାଁରେ ଘଟଣା ଘଟିଛି ।
ଅନ୍ୟପଟେ ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାର ଛାନଭିନ ଜାରିରଖିଛି। ସେହିପରି ମୃତ୍ୟୁ ବରଣ କରିଥିବା ଦମ୍ପତ୍ତି ହେଲେ ୫୦ ବର୍ଷୀୟ ଲୋଛ ମୁଦୁଲି ଏବଂ ୪୫ ବର୍ଷୀୟ ଚିଙ୍ଗି ମୁଦୁଲି । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ତିନିଜଣ ଫେରାର ଅଛନ୍ତି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0