spot_img

ପୁଣିଥରେ ଆସୁଛି ବିଗବସ୍-୧୪, ଜଲୱା ଦେଖାଇବେ ଏହି ଭୋଜପୁରୀ କଳାକାର

ମୁମ୍ବାଇ: ଭାରତର ସବୁଠାରୁ ଚର୍ଚ୍ଚିତ ସୋ ଭାବେ ବିଗବସ୍ ଘରେ ଘରେ ପରିଚିତ । ପ୍ରତ୍ୟେକ ବର୍ଷ ବିଗବସ୍ରେ ଜଣେ ଭୋଜପୁରୀ କଳାକାରଙ୍କୁ ଦେଖିବା ପାଇଁ ମିଳିଥାଏ । ଆମ ଦେଶରେ ଭୋଜପୁରୀ କଳାକାରଙ୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଗର ଦର୍ଶକ ରହିଛନ୍ତି । ବିଗବସ୍ ୧୪ ଆରମ୍ଭ ହେବା ପାଇଁ ଆଉ କିଛି ଦିନ ରହିଥିବା ବେଳେ, ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଆମ୍ରପଲ୍ଲି ଦୁବେ ଏହି ଶୋ’ରେ ଅଂଶ ଗ୍ରହଣ କରିବାର ସୂଚନା ମିଳିଛି ।
ଏହା ପୂର୍ବରୁ ବିଗବସକୁ ଅନେକ ଭୋଜପୁରୀ କଳାକାରମାନେ ଆସିଛନ୍ତି । ବିଗବସର ପ୍ରଥମ ସିଜନ୍ରେ ରବି କିଶନ ତାଙ୍କ ମଜାଦାର କଥାକୁ ନେଇ ବେଶ ଲୋକପ୍ରିୟ ହୋଇପାରିଥିଲେ । ସେହିପରି ଲୋକପ୍ରିୟ ଅଭିନେତା ଓ ନେତା ମନୋଜ ତିୱାରୀ, ନିରହୁଆ, ମୋନାଲିସା ଏବଂ ଖାସାରୀ ଲାଲ ଯାଦବଙ୍କୁ ମଧ୍ୟ ବିଗବସରେ ଦେଖିବା ପାଇଁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular