spot_img

ବିରୁତରେ ପୁଣି ଥରେ ବିସ୍ଫୋରଣ

ନୂଆଦିଲ୍ଲୀ: ପୁଣିଥରେ ବିରୁତରେ ଥିବା ଏକ ବନ୍ଦରରେ ଅଗ୍ନିକାଣ୍ଡ ଘଟିଛି । ଲେବାନନର ସେନାର କହିବା ମୁତାବକ ତେଲ ଓ ଟାୟାର ଥିବା ଏକ ୱେୟାର ହାଉସରେ ନିଆଁ ଲାଗିବା ଯୋଗୁଁ ବିସ୍ଫୋରଣ ଘଟିଛି । ଏହି ନିଆଁ ଡ୍ୟୁଟି ମୁକ୍ତ ଅଞ୍ଚଳରେ ଘଟିଛି । ସେନାର ହେଲିକପ୍ଟରଗୁଡ଼ିକୁ ଏହି ଅପରେଶନରେ ସାମିଲ କରାଯାଇଛି । ପୂର୍ବରୁ ଅଗଷ୍ଟ ୪ରେ ବିସ୍ଫୋରଣରେ ପ୍ରାୟ ୧୯୦ ଜଣଙ୍କର ମୃତ୍ୟୁ ହେବା ସହ ୬୦୦୦ ଲୋକ ଆହତ ହୋଇଥିଲେ । ଲେବାନନର ରେଡକ୍ରସ୍ ମୁଖ୍ୟଙ୍କ କହିବାନୁସାରେ ଏଯାବତ କୌଣସି ମୃତାହତର ସୂଚନା ମିଳିନାହିଁ । କିନ୍ତୁ ଅଗ୍ନିକାଣ୍ଡରେ ଉଠୁଥିବା ଧୂଆଁ ଯୋଗୁଁ କିଛି ଲୋକଙ୍କୁ ଶ୍ୱାସଜନିତ ସମସ୍ୟା ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular