spot_img

ବଲିଉଡ଼ ଅଭିନେତା ପରେଶ ରାୱଲ ହେଲେ ଏନଏସଡ଼ିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ତଥା ବିଜେପିର ପୂର୍ବତନ ସାଂସଦ ପରେଶ ରାୱଲ ‘ନ୍ୟାସନାଲ ସ୍କୁଲ ଅଫ ଡ଼୍ରାମା’ର ଅଧ୍ୟକ୍ଷ ହେଲେ । ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ବୁଧବାର ଦିନ ଏହି ସୂଚନା ଦେଇଛନ୍ତି । ପ୍ରସିଦ୍ଧ କଳାକାର ପରେଶ ରାୱଲଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଏନଏସଡ଼ିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ତାଙ୍କର ପ୍ରତିଭାର ଲାଭ ସାରା ଦେଶର କଳାକାର ଓ ଛାତ୍ରଛାତ୍ରୀମାନଙ୍କୁ ମିଳିବ । ଏହା ସହିତ ତାଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ବୋଲି ମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ।
୬୫ ବର୍ଷୀୟ ଅଭିନେତା ରାୱଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନଏସଡ଼ିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ୨୦୧୭ ମସିହାରୁ ଏନଏସଡ଼ିର ଅଧ୍ୟକ୍ଷ ପଦ ଖାଲି ରହିଥିଲା । ସୂଚନାଯୋଗ୍ୟ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପରେଶ ରାୱଲ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସହିତ ଅନେକ ଆୱାର୍ଡ଼ରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାହା ସହିତ ଅନେକ ହିଟ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଏହି ଦାୟିତ୍ୱ ତାଙ୍କ ପାଇଁ ଏକ ଆହ୍ୱାନ, ତଥାପି ଏ କ୍ଷେତ୍ରରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ । କାରଣ ଏହା ଏପରି ଏକ କ୍ଷେତ୍ର ଯେଉଁଥିରେ ସେ ସଂପୂର୍ଣ୍ଣ ଅଭିଜ୍ଞ ବୋଲି ଅଧ୍ୟକ୍ଷ ହେବା ପରେ ପରେଶ ରାୱଲ କହିଛନ୍ତି । ସଂସ୍କୃତି ମନ୍ତ୍ରଣାଳୟର ମିଡ଼ିଆ ସଂଯୋଜକ ନିତିନ ତ୍ରିପାଠୀଙ୍କ କହିବା ଅନୁଯାୟୀ,ବିଜେପିର ପୂର୍ବତନ ସାଂସଦ ପରେଶ ରାୱଲଙ୍କୁ ୪ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular