spot_img

‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’ର ଶୁଭାରମ୍ଭ କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆତ୍ମ ନିର୍ଭର ଭାରତରେ ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ପିଏମ ଆଉ ଏକ କୃଷି ସମ୍ବନ୍ଧିତ ଆପ ଇ-ଗୋପାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବିହାରରେ ମତ୍ସ୍ୟ ପାଳନ ଓ ପଶୁପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସରରକାର ଏହି ଯୋଜନା ଅଧିନରେ ୨୦୨୦ରୁ ୨୦୨୫ ମଧ୍ୟରେ ୨୦୦୨୫ କୋଟି ଟଙ୍କା ବିନିଯୋଗ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ସରକାରଙ୍କ କହିବା ଅନୁଯାୟୀ, ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’ ଦେଶର ମତ୍ସ୍ୟ ପାଳନ କ୍ଷେତ୍ରରେ ସ୍ଥାୟୀ ବିକାଶ ହାସଲ ପାଇଁ ସରକାରଙ୍କ ଏହା ଏକ ପ୍ରମୁଖ ଯୋଜନା । ଏହି ଯୋଜନାରେ ଦେଶର ପ୍ରାୟ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ । ଏହି ଯୋଜନାରେ ମତ୍ସ୍ୟ ପାଳନକୁ ଅଗ୍ରାଧିକାର ଦିଆଯିବ । ଏହି ଯୋଜନା ଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular