ରାଜ୍ୟରେ ଦୈନିକ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଏବେ ସଂକ୍ରମଣର କେନ୍ଦ୍ର ବିନ୍ଦୁ ପାଲଟିଛି। ବିଶେଷକରି ରାଜଧାନୀ ଭୁବନେଶ୍ଵରରେ ସ୍ଥିତି ଚିନ୍ତାଜନକ ରହିଛି। କାରଣ ବର୍ତ୍ତମାନ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୬୦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ଥାନୀୟ ସଂକ୍ରମଣ କେସ୍ ୨୭୫ ରହିଛି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ଗୁରୁବାର ଏହାର ସୂଚନା ଦେଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0