ମୁମ୍ବାଇ: ମୁମ୍ବାଇର ୯୮ କିଲୋମିଟର ଉତ୍ତରରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ସୂଚନା ଦେଇଛି । ଏଯାବତ କେହି ମୃତାହତ ହୋଇଥିବାର ସୂଚନା ମିଳିପାରିନାହିଁ । ପୂର୍ବରୁ ସେପ୍ଟେମ୍ବର ପାଞ୍ଚରେ ମୁମ୍ବାଇର ୯୮ କିମି ଉତ୍ତରରେ ସକାଳ ୬ଟା ୩୬ ମିନିଟରେ ୨.୭ ତୀବ୍ରତା ଓ ସେପ୍ଟମ୍ବର ୪ରେ ସକାଳ ୧୦ଟା ୩୩ ମିନିଟରେ ମୁମ୍ବାଇର ୯୧ କିଲୋମିଟର ଉତ୍ତରରେ ୨.୮ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଥିଲା । ସେପ୍ଟେମ୍ବର ୭ରେ ସକାଳ ୮ଟାରେ ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୩.୫ ଥିଲା ବୋଲି ଜଣାପଡ଼ିଥିଲା । ତେବେ ଅଳ୍ପ ଦିନ ବ୍ୟବଧାନରେ ଅନେକ ଥର ମୃଦୁ ଭୂମିକମ୍ପ ହୋଇଥିଲା ବେଳେ ବଡ଼ ଧରଣର ଭୂମିକମ୍ପ ଆଶଙ୍କାରେ ମୁମ୍ବାଇ ବାସୀ ଆତଙ୍କିତ ଅଛନ୍ତି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0