ଭୁବନେଶ୍ୱର: ଓଡ଼ିଶାର ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତ। ସେ ଘରେ ପ୍ୟଥକ ହୋଇ ରହିଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ଦେଇ ମନ୍ତ୍ରୀ ଟୁଇଟ୍ କରିଛନ୍ତି। ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ନିଜକୁ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂହ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଛଡ଼ା ରାଜ୍ୟର ବହୁ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବରୀ ବିଧାୟିକା ସୁନନ୍ଦା ଦାସ ଓ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ସଂକ୍ରମିତ ହୋଇଛନ୍ତି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0