spot_img

ଫିଙ୍ଗର ୪ର ଉଚ୍ଚ ସ୍ଥାନ ଅଧିକାର କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ଠାରେ ବର୍ତ୍ତମାନ ମଧ୍ୟ ସ୍ଥିତି ଠିକ ନାହିଁ । ତଥାପି ଚୀନ ସେନାଙ୍କ ଅନୁପ୍ରବେଶର ସଠିକ ଜବାବ ଦେଉଛି ଭାରତୀୟ ସେନା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସେନା ପ୍ୟାଙ୍ଗୋଗ ହ୍ରଦ ନିକଟରେ ଫିଙ୍ଗର ୪ ଠାରେ ଥିବା ଏକ ସୁଉଚ୍ଚ ସ୍ଥାନକୁ ଅଧିକାର କରି ନେଇଛି ଏବଂ ଚୀନ ଆଗରେ ଭାରତର ସ୍ଥିତିକୁ ମଜବୁତ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ପ୍ୟାଙ୍ଗୋଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ଏକ ସୁଉଚ୍ଚ ସ୍ଥାନ ଉପରେ କବ୍ଚା କରିବା ପାଇଁ ଭାରତୀୟ ସେନା ଅଗଷ୍ଟ ଶେଷ ବେଳକୁ ସେହି ସ୍ଥାନ ଉପରକୁ ଚଢିବା ଆରମ୍ଭ କରିଦେଇଥିଲେ । ଏହା ଦ୍ୱାରା ଭାରତୀୟ ସେନାଙ୍କୁ ଚୀନର ଗତିବିଧି ଉପରେ ନଜର ରଖିବା ପାଇଁ ସହଜ ହେବ । ତାହା ସହିତ ସେଠାରେ ଥିବା ଆଉ କେତେକ ଅଞ୍ଚଳକୁ ମଧ୍ୟ ନିଜ ଅଧିକାରକୁ ନେଇଛନ୍ତି । ପୂର୍ବରୁ ଫିଙ୍ଗର ୪ ପାଖରେ ଥିବା ସମସ୍ତ ଉଚ୍ଚ ଯାଗା ଉପରେ ଚୀନ ସେନାର ଅଧିକାର ଥିଲା, କିନ୍ତୁ ଏବେ ପୁଣି ଥରେ ଭାରତୀୟ ସେନା ସେହି ଅଞ୍ଚଳକୁ ଅକ୍ତିଆର କରିନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular