spot_img

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ଼୍ରଗ୍ସ ଲିଙ୍କ ଥିବା ନେଇ ଫସିଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଅବେଦନ ଖାରଜ କଲେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ । ବର୍ତ୍ତମାନ ରିୟାଙ୍କ ଓକିଲ ହାଇକୋର୍ଟରେ ପୁଣିଥରେ ଜାମିନ ଆବେଦନ କରିପାରନ୍ତି ବୋଲି ସୂଚନା ମିଳୁଛି । ମିଳିଥିବା ସୂଚନା ଅନୁଯାୟୀ, ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ ଅର୍ଡ଼ର କପିକୁ ଅପେକ୍ଷା କରିଛନ୍ତି । ଏହି ଅର୍ଡ଼ର କପି ମିଳିବା ମାତ୍ରେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିବେ । ମୁମ୍ବାଇର ଏହି ସ୍ପେଶାଲ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ସହିତ ସୈାଭିକ ଚକ୍ରବର୍ତ୍ତୀ , ଅବଦୁଲ ବାସିଦ, ଦୀପେଶ ସାୱନ୍ତଙ୍କ ସହ ସାମୁଏଲ ମିରାଣ୍ଡାଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ରିୟାଙ୍କ ଓକିଲ ବୁଧବାର ଦିନ ଜାମିନ ପାଇଁ ଆବେଦନ କରିଥିଲେ । ଗତ ଗୁରୁବାର ଦିନ ଜାମିନ ଆବେଦନ ଉପରେ ଶୁଣାଣି କରି ଏହାକୁ ଆଉ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା, ଏବଂ ହାଜତରେ ରିୟାଙ୍କ ଜୀବନ ପ୍ରତି ବିପଦ ରହିଥିବା କଥା କହିଛନ୍ତି ରିୟାଙ୍କ ଓକିଲ । ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଡ଼୍ରଗ୍ସ ମାମଲାରେ ଗିରଫ କରିଥିଲା ଏବଂ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲା । ବର୍ତ୍ତମାନ ସେ ଜେଲରେ ବନ୍ଦୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular