spot_img

ନିମ୍ନମାନର ରାସ୍ତା ପାଇଁ ସମସ୍ୟା ଭୋଗୁଛନ୍ତି ଯାଜପୁର ଜିଲ୍ଲାବାସୀ

ଯାଜପୁର: ଯାଜପୁର ଜିଲ୍ଲାରେ ଥିବା ୧୨ଟି ରାସ୍ତାର ନିମ୍ନମାନର କାମ ନେଇ ସମସ୍ୟା ଭୋଗୁଛନ୍ତି ଜିଲ୍ଲାବାସୀ । କିନ୍ତୁ ଏହାର ରକ୍ଷଣାବେକ୍ଷଣର ଦାୟିତ୍ୱ ଯାଜପୁର ଜିଲ୍ଲା ହାତରେ ନାହିଁ । ଏହାର ମରାମତି ପାଇଁ କେନ୍ଦୁଝର କିମ୍ବା କଟକ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼େ । ଫଳରେ ନିର୍ମାଣ ସଂସ୍ଥା ନିମ୍ନମାନର କାମ କରିବାହେତୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକ ।
ସୂଚନାକ୍ରମେ, ଯାଜପୁର ଜିଲ୍ଲା ୨୭ ବର୍ଷ ହେଲା ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ଉକ୍ତ ଜିଲ୍ଳାରେ ଥିବା ୧୨ ଟି ରାସ୍ତା ଅନ୍ୟ ଜିଲ୍ଲା ଅଧିନରେ ରହିଛି । ଶହେ କିମିରୁ ଅଧିକ ଦୂରତା ବିଶିଷ୍ଟ ଏହି ରାସ୍ତା ଏବେ କେନ୍ଦୁଝର କଟକ ଜିଲ୍ଲା ଆର ଆଣ୍ଡ ବି ବିଭାଗ ଅଧିନରେ ରହିଛି ।
ଉଦାହରଣସ୍ୱରୁପ, ଡ଼ୁବୁରୀ ଠାରୁ ବ୍ରାହ୍ମଣୀପାଳ ଯାଏ ୨୦ କିମି ରାସ୍ତା କେନ୍ଦୁଝର ପୂର୍ତ୍ତ ବିଭାଗ ଅଧିନରେ ରହିଥିଲା । ଏହାକୁ ଯାଜପୁର ଜିଲ୍ଲା ପାଣିକୋଇଲି ଆରଆଣ୍ଡ ବି ବିଭାଗକୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଯାଜପୁର ଅଧୀନକୁ ନ ଆସି କେନ୍ଦୁଝର ଜିଲ୍ଲା ଘଟଗାଁ ଆର ଆଣ୍ଡ ବି ଡ଼ିଭିଜନକୁ ହସ୍ତାନ୍ତର କରାଯାଇଛି । ଉକ୍ତ ଡଭିଜନ ପକ୍ଷରୁ ରାସ୍ତା ଉପରେ ଗୁରୁତ୍ୱ ଦିଆଯାଉନଥିବା ସହ ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ବଢୁଛି ବୋଲି ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଆସୁଛନ୍ତି ।
ଅବଶିଷ୍ଟ ୧୧ ଟି ରାସ୍ତା କଟକ ଜିଲ୍ଲା ଚାରବାଟିଆ ଆରଣ୍ଡ ବି ଡିଭିଜନ ଅଧିନରେ ରହିଛି । ରାସ୍ତାମତି ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଆସୁଥିଲେ ହେଁ ଏହାର କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯାଉନାହିଁ ଏବଂ ନିମ୍ନ ମାନର କାମ କରି ଠିକାଦାର ଲକ୍ଷାଧିକ ଟଙ୍କା ଲୁଟି ନେଉଥିବାର ଅଭିଯୋଗ ହେଉଛି ।
ତେବେ ଏନେଇ ପାଣିକୋଇଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୂଣ କୁମାର ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular