spot_img

ଏ.ଆର. ରେହମାନଙ୍କ ଉପରେ ଟିକସ ଫାଙ୍କିବା ଆରୋପ

ନୁଆଦିଲ୍ଲୀ: ଓସ୍କାର ବିଜେତା ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଏ.ଆର.ରେହମାନଙ୍କ ଉପରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଆସିଛି । ରେହମାନ ଟିକସ ଦେବାରୁ ରକ୍ଷା ପାଇବା ପାଇଁ ନିଜର ସଂସ୍ଥା ‘ଏ.ଆର.ରେହମାନ ଫାଉଣ୍ଡେସନ’ର ସାହାଯ୍ୟ ନେଇଥିଲେ । ଏହି ମାମଲା ବର୍ତ୍ତମାନ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛି । ଏହା ଛଡ଼ା ଇନକମ୍ ଟ୍ୟାକ୍ସର ଅପିଲକୁ ଧ୍ୟାନ ଦେଇ ରେହମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ଏଠାରେ କହିରଖୁଛୁ କି ଏହି ମାମଲା ବହୁତ ପୁରୁଣା ।
ସାଧାରଣତଃ ବିବାଦରୂ ଦୂରରେ ରହୁଥିବା ରେହମାନ ବିବାଦରେ ଫଶି ଯାଇଛନ୍ତି । ଜଷ୍ଟିସ ଟିଏସ ଶିବଗନାନମ ଓ ଜଷ୍ଟିସ ବି ଭବାନୀ ଶୁଭ୍ରୟନ ବାଲି , ଏ.ଆର. ରେହମାନଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି । ଆୟକର ବିଭାଗର ବରିଷ୍ଠ ଷ୍ଟାଣ୍ଡିଙ୍ଗ କାଉନସିଲ ଟି ଆର ସେନ୍ଥିଲ କୁମାରଙ୍କ ମୁତାବକ, ରେହମାନଙ୍କୁ ୨୦୧୧-୧୨ ମସିହା ଚୁକ୍ତି ଅନୁସାରେ ସଂଙ୍ଗୀତ ପ୍ରସ୍ତୁତ କରିବା ପାଇଁ ୩.୪୭ କୋଟି ମିଳିଥିଲା । ଏହି ଚୁକ୍ତି ସେ ୟୁକେ ଦ୍ୱାରା ପରିଚାଳିତ କମ୍ପାନୀ ଲିବ୍ରା ମୋବାଇଲ ସହ କରିଥିଲେ । ଚୁକ୍ତି ମୁତାବକ ରେହମାନଙ୍କୁ ସେହି କମ୍ପାନୀ ପାଇଁ ନୁଆ ସଂଙ୍ଗୀତ ତିଆରି କରିବାର ଥିଲା । କମ୍ପାନୀ ରେହେମାନଙ୍କ ସହ ୩ ବର୍ଷ ପାଇଁ ଚୁକ୍ତି କରିଥିଲା । ଆୟକର ବିଭାଗର କହିବା ଅନୁଯାୟୀ, ଏ.ଆର. ରେହେମାନ କମ୍ପାନୀ ସହିତ କରିଥିବା ଚୁକ୍ତି ଅନୁସାରେ ତାଙ୍କୁ ସେହି କାମ ପାଇଁ ମିଳିବାକୁ ଥିବା ପାରିଶ୍ରମିକକୁ ଏଆର ରେହେମାନ ଫାଉଣ୍ଡେସନକୁ ଦିଆଯିବ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular