spot_img

କୈାଣସି ବି ପରିସ୍ଥିିତିରେ ହେବ ଅଲମ୍ପିକ: ଜାପାନ ମନ୍ତ୍ରୀ

ଟୋକିଓ: ଜାପାନର ଅଲମ୍ପିକ ମନ୍ତ୍ରୀ ସେକୋ ହାସିମୋତଙ୍କ କହିବା ଅନୁଯାୟୀ, କରୋନା ଭାଇରସ ପାଇଁ ସ୍ଥଗିତ ରହିଥିବା ଟୋକିୟୋ ଅଲମ୍ପିକକୁ କୋଣସି ବି ପରିସ୍ଥିତିରେ ଆଗାମୀ ବର୍ଷ କରାଯିବା ଦରକାର । ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ‘ଖେଳ ସହିତ ଜଡ଼ିତ ଥିବା ସମସ୍ତ ଲୋକ ଏହାର ଆୟୋଜନ କରିବା ପାଇଁ ଏକ ସଙ୍ଗରେ ମିଶି କାମ କରୁଛନ୍ତି ।

tokyo_2

ଏଥଲେଟ ବି ଏହି ପରିସ୍ଥିତିରେ ଆଗାମୀ ବର୍ଷକୁ ଦୃଷ୍ଟିରେ ରଖି ନିଜର ପ୍ରୟାସ ଜାରି ରଖିଛନ୍ତି’ ବୋଲି ହାସିମୋତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହିତ କହିଛନ୍ତି, ମୋତେ ଲାଗୁଛି କୈାଣସି ବି ପରିସ୍ଥିତିରେ ଏହି ଖେଳ ଆୟୋଜିତ କରିବାକୁ ପଡ଼ିବ । ମୁଁ କରୋନା ଭାଇରସ ବିରୋଧରେ କରାଯାଇଥିବା ସମସ୍ତ ଉପାୟ ଉପରେ ମୋର ଧ୍ୟାନ ରଖିବି । ହାସିମୋତଙ୍କ ବୟାନ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି(ଆଇଓସି)ର ଉପାଧ୍ୟକ୍ଷ ଜୋନ କୋର୍ଟସଙ୍କ ବୟାନ ପରେ ଆସିଥିଲା । ସେଥିରେ ସେ କହିଥିଲେ କି ଆଗାମୀ ବର୍ଷ ଅଲମ୍ପିକ ଖେଳର ଆୟୋଜନ କରାଯିବ, ସେ ସମୟରେ କରୋନା ଭାଇରସ ଥାଉ କିମ୍ବା ନଥାଉ । ଏହା ସହିତ ସେ କହିଥିଲେ, ଆଗାମୀ ଜୁଲାଇ ୨୩ରେ ଏହି ଅଲମ୍ପିକ ପ୍ରତିଯୋଗିତା ଆରମ୍ଭ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular