spot_img

ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା, ଆଜି ପୁଣି କୋର୍ଟରେ ହାଜର ହେବେ IIC ଆନନ୍ଦ ମାଝୀ

ରାଉରକେଲା ୦୬।୦୭: ବୀରମିତ୍ରପୁର ନାବାଳିକା ଦୁଷ୍ମର୍ମ ଓ ଗର୍ଭପାତ ମାମଲା । ଘଟଣାରେ ଗିରଫ ହୋଇଥିବା ଆଇଆଇସିଙ୍କ ରିମାଣ୍ଡ ଅବଧି ଆଜି ସରୁଛି । ୪ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା ପରେ ଆଜି କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ ଟିମ୍। ସୂଚନାଯୋଗ୍ୟ ଯେ, ମାମଲାରେ ଅଭିଯୁକ୍ତ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝୀଙ୍କୁ ଗତ ୧ ତାରିଖରେ ଅନୁଗୁଳ ଜିଲ୍ଲା ହଣ୍ଡପାରୁ ଗିରଫ କରିଥିଲା କ୍ରାଇମବ୍ରାଂଚ ସ୍ବତନ୍ତ୍ର ଟିମ୍ । ଏହାପରେ ୨ ତାରିଖରେ ଅଭିଯୁକ୍ତ ଆନନ୍ଦ ମାଝୀକୁ ସୁନ୍ଦରଗଡ଼ ପକ୍ସୋ ଅଦାଲତରେ ହାଜର କରାଇଥିଲା । ତାଙ୍କୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ସୁଦ୍ଧା ୪ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ । ରିମାଣ୍ଡର ଅବଧି ସରୁଥିବାରୁ ସୁନ୍ଦରଗଡ଼ ପକ୍ସୋ ଅଦାଲତରେ ଆଜି ହାଜର କରାଯିବ । ଗତ ମାସ ୨୬ ତାରିଖରେ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଲମ୍ବନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular