ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମିତ । ଗତ କିଛି ଦିନ ହେଲା ରାଜ୍ୟରେ ଲଗାତର ଭାବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର ବଢିବାରେ ଲାଗିଛି । ତେବେ ଏହାଭିତରେ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ବିଧାୟକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ବାଲେଶ୍ୱର ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ ସଂକ୍ରମିତ ହୋଇଛି । ସୂଚନା ଥାଉକି, ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ରେ ପହଞ୍ଚିଥିବା ବେଳେ ୩୨୪ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବାବେଳେ ୮୬ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଆଜି ରାଜ୍ୟରେ ୪୫୬ ଜଣ ନୂଆ କରୋନା ଆକ୍ରାନ୍ତ ୨୪ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯୫୨୬ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0