spot_img

ସୋମବାରରୁ ଆରମ୍ଭ ହେବ ସଂସଦର ମୈାସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୈାସୁମୀ ଅଧିବେଶନ । ଏହି ଅଧିବେଶନରେ ପାରିତ ହେବାକୁ ଥିବା ୨୩ଟି ବିଧେୟକକୁ ସୁଚୀବଦ୍ଧ କରାଯାଇଛି । ସରକାର ଏହି ୧୮ ଦିନ ଅଧିବେଶନରେ ଯେଉଁ ଅଧ୍ୟାଦେଶ ଗୁଡ଼ିକ ବିଧେୟକ ହିସାବରେ ପାରିତ କରିବାକୁ ଯୋଜନା କରାଯାଇଛି, ତାହା ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହିତ ହେଉଥିବା ହିଂସା ବିରୋଧରେ ଅନେକ ଗୁଡ଼ିଏ ଅଧ୍ୟାଦେଶ ରଖାଯାଇଛି । ଏହି ଅଧ୍ୟାଦେଶରେ କୋଭିଡ଼-୧୯ସହ ମୁକାବିଲା କରିବା ପାଇଁ ନିୟୋଜିତ କରାଯାଇଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ହେଉଥିବା ହିଂସାକୁ ଅପରାଧର ଅର୍ନ୍ତଭୁକ୍ତ କରାଯିବ । ଏହି ଅଧ୍ୟାଦେଶରେ ଅଧିକରୁ ଅଧିକତମ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ଲକ୍ଷ ଟଙ୍କାର ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟ ଏକ ଅଧ୍ୟାଦେଶ ୨୦୨୦ ଅପ୍ରେଲ ୧ ତାରିଖରୁ ଏକ ବର୍ଷ ପାଇଁ ସାଂସଦଙ୍କ ବେତନର ୩୦ ପ୍ରତିଶତ କଟିବା ସହିତ ଜଡ଼ିିତ ଅଛି । ଏହା ସହିତ ମଧ୍ୟ ଏକ ବିଧେୟକକୁ ଯୋଡ଼ା ଯାଇଛି । ଏହି ରାଶିକୁ କରୋନା ଭାଇରସ ବିରୁଦ୍ଧରେ ବିନିଯୋଗ କରାଯିବ । ଏହା ସହିତ ସଦନରେ ଜାମ୍ମୁ-କାଶ୍ମୀର ଅଧିକାରିକ ଭାଷା ବିଧେୟକ ୨୦୨୦ ମଧ୍ୟ ପାରିତ କରାଯିବ । ଏଥିରେ କେନ୍ଦ୍ର ଶାସିତ ଅଂଚଳରେ ଅଧିକାରିକ ଭାଷା ରୂପେ ଉର୍ଦ୍ଧୁ ଓ ଇଂରାଜୀକୁ ଛାଡ଼ି କାଶ୍ମୀର, ଡ଼ୋଗରୀ ଓ ହିନ୍ଦୀକୁ ମଧ୍ୟ ଲାଗୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ଆହୁରି ଅନେକ ବିଧେୟକକୁ ଗୃହରେ ପାରିତ କରିବା ପାଇଁ ସରକାରଙ୍କ ତରଫରୁ ଯୋଜନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular