ଗଜପତି: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲଛି । ତେବେ କରୋନା ମହାମାରୀ ସହ ଲଢେଇ କରିବାକୁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମନ୍ୱୟ ରଖି ଏକତାର ସହ କାମକରିବାକୁ ବିଭିନ୍ନ ପ୍ରୟାସ କରିଛନ୍ତି । ଯାହାକୁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ମାନିଥିଲେ ମଧ୍ୟ କିଛି ଅମାନୀୟାଙ୍କୁ ଗଜପତି ଜିଲ୍ଲାରେ ଦେଖିବା ପାଇଁ ମିଳିଛି । ଗଜପତି ଜିଲ୍ଲାର ଆଦିବାସୀ ଅଧୂଷିତ ରାୟଗଡ଼ ବ୍ଲକ ଅନ୍ତର୍ଗତ କଇଠପଦ ଗ୍ରାମରେ ରହିଛି ଏକ ଆଦର୍ଶ ବିଦ୍ୟାଳୟ । ଯେଉଁଠାରେ ୧୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ତେବେ ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରଶାସନ ସହ ଶିକ୍ଷା ବିଭାଗର କର୍ମଚାରୀ ମାନଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ଏବଂ ହେଡ଼କ୍ୱାଟର ନଛାଡ଼ିବାକୁ ସ୍କୁଲ ଓ ମାସ ଏଜୁକେଶନ ବିଭାଗର ୧୬.୦୩.୨୦୨୦ ଏକ ନିଦେ୍ର୍ଦଶନାମା ଜାରି କରିଥିଲେ ।
ସେହିପର ଜିଲ୍ଲା ଶକ୍ଷା ଅଧିକାରୀ ଗଜପତି ୨୪.୩.୨୦୨୦ରେ ଜିଲ୍ଲାର ସମସ୍ତ ସ୍କୁଲକୁ ଚିଠି କରିଥିଲେ । ଉକ୍ତ ଚିଠିରେ ହେଡ଼କ୍ୱାଟରରେ ରହିବା ସହ ଜନସାଧାରଣ, ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ, ସୁଖିଲା ଖାଦ୍ୟ, ପିଡ଼ିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାରେ ସାହାଯ୍ୟ କରିବେ କିନ୍ତୁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଠପଦର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୫ ଜଣ ଶିକ୍ଷକ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକୁ ଫୁ କରି ଉଡ଼ାଇ ହେଡ଼କ୍ୱାଟରରେ ରହିନଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଶିକ୍ଷକ ମାନେ ପାଠ୍ୟ ପୁସ୍ତକ ବଣ୍ଟନ ପାଇଁ ତିନିଦିନ ରଜ ପରେ ଆସି ପୁଣି ଚାଲିଯାଇଥିବା ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0