ଫୁଲବାଣୀ: ଫୁଲବାଣୀ ଜିଲ୍ଲରେ ସୀମାନ୍ତ ବେଲଘର ଆମ୍ବାଦଲା ରାସ୍ତାକୁ ମାଓବାଦୀ ମାନେ ଖୋଳିଦେଇଥିବାର ଆଜି ଦେଖିବାକୁ ମିଳିଛି । ବେଲଘର ଠାରୁ ପ୍ରାୟ ୭ କିମି ଦୂରରେ କଳାହାଣ୍ଡି ସୀମାନ୍ତରେ ରାସ୍ତାକୁ ଖୋଳା ଯାଇଥିବାରୁ ସେହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି ।
ସୂଚନାଯୋଗ୍ୟ, ଦୁଇଦିନ ତଳେ ପୁଲିସ ଏସଓଜି ଟିମ୍ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବା ବେଳେ ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁ ମୁହିଁ ହେବା ସହ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ସିପିଆଇ ମାଓବାଦୀର ବିଜିଏନ ଡ଼ିଭିଜନର ୫ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲେ । ଏହି ଘଟଣା ପରେ ବେଲଘର ଅଞ୍ଚଳରେ ଭୟର ବାତାମରଣ ସୃଷ୍ଟି ହୋଇଛି । ଆଗାମୀ ଦିନରେ ମାଓବାଦୀମାନେ କିଛି ଅଘଟଣ ଘଟାଇବାର ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0