ରାଜ୍ୟରେ ସଂକ୍ରମଣ ଥମିବାରେ ନାଁ ନେଉନି..ଦିନକୁ ଦିନ ଏହା ବଢିବାରେ ଲାଗିଛି । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଏହା ବଢିବାରେ ଲାଗିଛି । ରାଜ୍ୟରେ ଏହା ହଜାର ବଜାର ସଂଖ୍ୟକ ବଢୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଏବେ ଏହା ସର୍ବାଧିକ ହେବାରେ ଲାଗିଛି ।ବର୍ତ୍ତମାନ ଏହା ଏବେ ରାଜଧାନୀରେ ଚିନ୍ତାଜନକ ବିଷୟ ପାଲଟିଛି । ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା୪ ବଢିବାରେ ଲାଗିଛି । ୨୪ଘଣ୍ଟାରେ ଏହା ୪୧୩ କରୋନା ପଡିଟିଭ ଚିହ୍ନଟ ହୋଇଥିବାବେଳେ ଏଥିରୁ ସ୍ଥାନୀୟ ସଂକ୍ରମଣ ୩୦୧ ରହିଛି । ସେହିପରି ଭାବେ ୪୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ିଟ ଯୋଗେ ସୁଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0