ମାଲକାନଗିରି : ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଭେରମଗଡ ଥାନା ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଅତି ନୃସଂଶ ଭାବେ ଜଣେ ବନବିଭାଗ ରେଞ୍ଜରଙ୍କ ଗଳାକାଟି ରାସ୍ତାରେ ଫିଙ୍ଗି ଦେଇଛନ୍ତି।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବିଜାପୁର ଜିଲ୍ଲା ଭେରମଗଡ ଥାନା ଅନ୍ତର୍ଗତ କଣ୍ଡୋରୋଜ ଗାଁ ଇନ୍ଦ୍ରାବତୀ ଟାଇଗର ସଂରକ୍ଷିତ ବନାଞ୍ଚଳ ଅଧିକାରୀ ରଥରାମ ପଟେଲଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଜି ଅପରାହ୍ନରେ ରେଞ୍ଜର ପଟେଲ ଓ ତାଙ୍କର ଦୁଇ ସହକର୍ମୀ ବନ ବିଭାଗର କାର୍ଯ୍ୟ ଦେଖିବାକୁ ଯାଇଥିବା ବେଳେ କିଛି ମାଓବାଦୀ ଅସ୍ତ୍ର ଶସ୍ତ୍ର ଧରି ସେଠାରେ ପହଞ୍ଚି ରେଞ୍ଜରଙ୍କୁ ଘେରି ଯାଇଥିଲେ। ସାଥିରେ ଥିବା ଅନ୍ୟ ଦୁଇ କର୍ମଚାରୀ ମାଓବାଦୀମାନଙ୍କୁ ଦେଖି ଭୟରେ ଦୌଡି ପଳାଇଥିଲେ।
ମାଓବାଦୀମାନେ ରେଞ୍ଜରଙ୍କୁ ନିର୍ମମଭାବେ ଗଳାକାଟି ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇ ପଳାଇଥିବା ଜଣା ପଡିଛି। ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ୩ଟାରେ ଘଟିଛି। ପରେ ଗାଁ ଲୋକ ଦେଖି ଭେରମଗଡ ଥାନାକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଓବାଦୀଙ୍କ ହତ୍ୟାର କାରଣ କିଛି ଜଣା ପଡିନାହିଁ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0