spot_img

ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବା ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଲାଗୁ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି । ଓଡିଶାରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର- ‘ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ’ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର –‘ଆୟୁଷ୍ମାନ ଭାରତ ଯେଜନା’ । ଏହି ଯୋଜନା ଗୁଡିକ ଓଡିଶାବାସୀଙ୍କ ଜୀବନରେ ଉନ୍ନତି ଆଣିବାରେ ଅପାର ସମ୍ଭାବନାର ସୁଯୋଗ ରଖିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି । ଯୋଜନାରେ ରାଜ୍ୟର ୬୦ ଲକ୍ଷ ଲୋକ ହେବେ ଉପକୃତ । ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବ । ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ବିପ୍ଲବ ଆଣିବ । ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଆଇଡି ଦ୍ୱାରା ଯେକୌଣସି ସ୍ଥାନରେ ଲୋକେ ସେବା ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମ ଲାଗୁ ହେଲେ ଓଡିଶାର ଲୋକମାନେ ସଠିକ୍ ସମୟରେ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular