spot_img

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ଏବିଭିପିର ବିରୋଧ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନରେ ଅଣାଯାଇଥିବା ସଂଶୋଧନକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାସ୍ତାକୁ ଓହ୍ଲାଇଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ନିଷ୍ପତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ସଂଶୋଧନ କରି ଯେଉଁଭଳି ନୂତନ ନିୟମ ଅଣାଯାଇଛି, ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛନ୍ତି । ସରକାରଙ୍କ ଏପରି ମନୋଭାବ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେବ । ରାଜ୍ୟ ସରକାର ନିଜର ପ୍ରଚାର କରିବା ଉଦେ୍ଦଶ୍ୟରେ ଏପରି ନିୟମ କରିଛନ୍ତି । ବିଶ୍ୱବିଦ୍ୟାଳୟକୁ ରାଜନୀତିକରଣ ଓ ଅମଲାକରଣଙ୍କ ପେଣ୍ଠସ୍ଥଳି ପରିଣତ କରିବା ଉଦେ୍ଦଶ୍ୟକୁ କେବେ ବି ସଫଳ କରାଯିବ ନାହିଁ ବୋଲି ଏବିଭିପି କର୍ମକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି ।
ସିନେଟ୍ ବ୍ୟବସ୍ଥା ବନ୍ଦ କରି ଛାତ୍ରଙ୍କ ଅଧିକାର ଓ କର୍ତ୍ତବ୍ୟକୁ ସେମାନଙ୍କଠାରୁ ଅଲଗା କରାଯାଉଛି । ତରବରିଆ ଭାବେ ନିଆଯାଇଥିବା ନିଷ୍ପତିକୁ ପୁଣିଥରେ ବିଚାର କରିବାର ଆବଶ୍ୟକତା ରହିଛି । ଜାତୀୟସ୍ଥଳରେ ଓଡ଼ିଶାର ଗୋଟିଏ ବି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ନଥିବା ବେଳେ ଏହି ପଦକ୍ଷେପ ବିଶ୍ୱବିଦ୍ୟାଳୟ ମାନଙ୍କୁ ଆହୁରି ତଳକୁ ନବ ବୋଲି ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ପ୍ରସାଦ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular