ନୂଆଦିଲ୍ଲୀ: କରୋନା ଟିକା ପରୀକ୍ଷଣକୁ ନେଇ ଆଶ୍ୱସ୍ତିକର ଖବର । ଦେଶୀ ଟିକାର ଭଲ ଫଳାଫଳ ମିଳିଥିବା ସୂଚନା ମିଳିଛି । ଭାରତରେ ପଶୁଙ୍କ ଉପରେ କୋଭାକ୍ସିନର ପରୀକ୍ଷଣ ସଫଳ ହୋଇଛି । ପଶୁଙ୍କଠାରେ କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଥିବା ଟିକା ପ୍ରସ୍ତୁତକାରୀ କଂପାନୀ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି । ମାଙ୍କଡ ପ୍ରଜାତିର ୨୦ ଟି ପଶୁଙ୍କଠାରେ ଏହି ପରୀକ୍ଷା ହୋଇଥିଲା । ୪ଟି ଗ୍ରୁପରେ ୨୦ ମାଙ୍କଡଙ୍କୁ କୋଭାକ୍ସିନ ଦିଆଯାଇଥିଲା । ୨ଟି ଡୋଜ ପଶୁଙ୍କ ଶରୀରରେ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0