spot_img

ଚିଟଫଣ୍ଡ ଠକେଇ ମାମଲାରେ ଏମଡ଼ିକୁ ଉଠାଇଲା ପୁଲିସ

ବ୍ରହ୍ମପୁର: ଗ୍ରିନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ଏମଡ଼ି ପ୍ରଦୀପ ସିଂକୁ ଆଜି ପୁଲିସ ତାଙ୍କ ଅଯୋଧ୍ୟାନଗରସ୍ଥିତ ବାସଭବନରୁ ଉଠାଇ ନେଇଛି । ପ୍ରଦୀପଙ୍କ ନାଁରେ ଥିବା ଟଙ୍କା ଠକେଇ ମାମଲାର ତଦନ୍ତ ପାଇଁ ପୁଲିସ ତାଙ୍କୁ ଟାଉନ ଥାନା ନେଇଥିବାର ସୂଚନା ମିଳିଛି ।
ସୂଚନାକ୍ରମେ, ୨୦୦୯-୧୦ରେ ଗ୍ରିନ୍ ଇଣ୍ଡିଆ ଚିଟ୍ଫଣ୍ଡ ନାଁରେ ଏକ କମ୍ପାନି ଖୋଲିଥିଲା । ଲୋକଙ୍କୁ ଅଧିକ ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଆଦାୟକରି ହଠାତ କମ୍ପାନି ବନ୍ଦ ହୋଇଯାଇଥିଲା । ଟାଉନ ଥାନାରେ ୫ଟି ମାମଲା ରହିଥିବାବେଳେ ସେଥିମଧ୍ୟରୁ ଗୋଟିଏ ମାମଲା କ୍ରାଇମବ୍ରାଞ୍ଚ ତା ହାତକୁ ନେଇ ତଦନ୍ତ କରିଥିଲା । ଅନ୍ୟ ଚାରଟି ମାମଲା ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ପ୍ରଦୀପଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular