ନୂଆଦିଲ୍ଲୀ: ଯଦି ଆପଣ ସିଏନଜି ଓ ପିଏନଜି ରିଟେଲ ଡିଷ୍ଟ୍ରିବ୍ୟୁଟରସିପ୍ ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଗକୁ ଏହାର ବିତରଣ ପ୍ରକ୍ରିୟା ଆରମ୍ଭ କରାଯିବ । ସୁଚନା ଅନୁସାରେ ଦେଶର ସିଏନଜି ଓ ପିଏନଜି ବିତରଣ ଲାଇସେନ୍ସ ପାଇଁ ଖୁବ୍ ଶୀଘ୍ର ନିଲାମି ଆରମ୍ଭ କରାଯିବ । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ସହରରେ ଗ୍ୟାସ ବିତରଣ ପାଇଁ ୧୧ତମ ନିଲାମି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବ । ଏହି ନିଲାମି ପରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିଦର୍ଭର ୫୦ରୁ ୧୦୦ ଜିଲ୍ଲାକୁ ଗ୍ୟାସ ନେଟୱାର୍କ ସୁବିଧା ପହଞ୍ଚିଯିବ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନଜିଆରବି) ୨୦୧୮ ଓ ୨୦୧୯ମଧ୍ୟରେ ଦେଶର ୧୩୬ କ୍ଷେତ୍ରରେ ଯାନବାହାନଗୁଡ଼ିକ ପାଇଁ ସିଏନଜି ଓ ଘର ପାଇଁ ପିଏନଜିର କାରବାର ପାଇଁ ଲାଇସେନ୍ସ ଦେଇଛନ୍ତି । ଏହାଦ୍ୱାରା ଦେଶର ପ୍ରାୟ ୭୦ ପ୍ରତିଶତ ଜନତା ଓ ୪୦୬ ଜିଲ୍ଲା ଉପକୃତ ହୋଇଥିଲେ । ସରକାରଙ୍କ ଏହି ନୂଆ ଯୋଜନାରେ ପ୍ରାୟ ୫୦୦ ସହରକୁ ପରିବେଶ ଅନୁକୂଳ ଇନ୍ଧନ ଯୋଗାଇବା ସହଜ ହେବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 1