spot_img

୫ଜଣ ଭାରତୀୟଙ୍କୁ ସୁରକ୍ଷିତ ଫେରାଇଲା ଚୀନ ସେନା

ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶର ନିଖୋଜ ଥିବା ୫ ଜଣ ଭାରତୀୟଙ୍କୁ ଚୀନର ପିପୁଲ୍ସ ଲିବରେଶନ ଆର୍ମି ଶନିବାର ଦିନ ଭାରତୀୟ ସେନାଙ୍କୁ ଫେରାଇ ଦେଇଛି । ଭାରତୀୟ ସେନା ସମସ୍ତ ସର୍ତ୍ତ ପୁରଣ କରିବା ପରେ କିବିଟୁରେ ଏହି ୫ ଜଣ ଭାରତୀୟଙ୍କୁ ନିଜ ପକ୍ଷକୁ ନେଇଛି । ଏମାନଙ୍କୁ କୋଭିଡ଼-୧୯ ଗାଇଡ଼ ଲାଇନ ଅନୁଯାୟୀ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ । ତାହାପରେ ସେମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଫେରାଇ ଦିଆଯିବ । ଏନେଇ ତେଜପୁର ଡ଼ିଫେନ୍ସର ଜନସଂପର୍କ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।

 

ପିଏଲଏର କହିବା ଅନୁଯାୟୀ, ସେପ୍ଟେମ୍ବର ୪ ତାରିଖରେ ଅପର ସୁବନଶିରୀ ଜିଲ୍ଲାର ଭାରତ-ଚୀନ ସୀମାରୁ ଏହି ୫ ଯୁବକ ମିଳିଥିଲେ । କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜିଜୁ ଶୁୁକ୍ରବାର ଦିନ ଟ୍ୱିଟ କରି କହିଥିଲେ, ଚୀନର ପିଏଲଏ ଭାରତୀୟ ସେନା ସାମ୍ନାରେ ଏହା ସ୍ୱୀକାର କରିଛନ୍ତି ଯେ, ସେ ଅରୁଣାଚଳ ପ୍ରଦେଶର ଯୁବକଙ୍କୁ ସେ ଆମକୁ ଫେରାଇଦେବେ । ତାଙ୍କୁ ସେପ୍ଟେମ୍ବର ୧୨ ତାରିଖ ଦିନ କୈାଣସି ସମୟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଫେରାଇଦେବେ । ଆଜି ଉକ୍ତ ୫ ଜଣ ଯୁବକଙ୍କୁ ସୁରକ୍ଷିତ ଭାବେ ଭାରତୀୟ ସେନାଙ୍କୁ ହସ୍ତାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular