spot_img

ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ

ଗୁଣୁପୁର : ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ଦେହାନ୍ତ ହୋଇଯାଇଛି ।  ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ ରହିଥିଲେ । ସେ ୨୦୦୯ରୁ ୨୦୧୪ରେ ବିଧାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ତେବେ ୨୦୧୪ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।

ତେବେ ଶନିବାର ଆନ୍ଧ୍ରପ୍ରଦେଶର ରାଗୁଲୁ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଅନେକ ନେତା, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଆଦି ଶୋକ ବ୍ୟକ୍ତ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular