ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କ ଥିବା ଜଣାପଡିବା ପରେ ଏନସିବି ତାର ତଦନ୍ତ ଜାରି ରଖିଛି । ଡ୍ରଗ୍ସ କାରବାର ସହ ସମ୍ପୃକ୍ତ ଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏନସିବି ଗିରଫ କରି ସାରିଛି । ଏବେ ରିୟାଙ୍କ ପରେ ଡ୍ରଗ୍ସ ନେବା ମାମଲାରେ ଅଭିନେତ୍ରୀ ସାରା ଓ ରାକୁଲଙ୍କୁ ମଧ୍ୟ ଏନସିବି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ ବୋଲି ଜଣା ପଜିଛି । ରିୟାଙ୍କୁ ଏନସିବିର ପଚରାଉଚରା ସମୟରେ ସେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରାକୁଲ ପ୍ରୀତ ସିଂହ, ଡିଜାଇନର ସିମୋନ୍ ଖମ୍ବଟ୍ଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଅୟର ଏବଂ ଚଳଚିତ୍ର ନିର୍ମାତା ମୁକେଶ ଛାବ୍ରା ମଧ୍ୟ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । ପୂର୍ବରୁ ବଲିଉଡର ଅନ୍ୟ କେଉଁ ସେଲିବ୍ରିଟିମାନଙ୍କର ଡ୍ରଗସ୍ ଲିଙ୍କ୍ ରହିଛି ଏନସିବି ତାହାର ଖୋଳତାଡ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଥିଲା । ଏବେ ରିୟାଙ୍କ ବୟାନ ପରେ ଏନସିବି ଏମାନଙ୍କୁ ସମନ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0