ବିଟେକ୍ କରି ଗାଁରେ ବସିଥିବା ଯୁବକ କରୋନା ସମୟରେ ଆରମ୍ଭ କରିଥିଲେ ଚିଙ୍ଗୁଡି ଚାଷ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେବ । ଚିଙ୍ଗୁଡି ପୋଖରୀରେ ଦୁବୃର୍ତ ପକାଇଦେଇଛନ୍ତି ବିଷ । ମରିଗଲେ ଲକ୍ଷାଧିକ ଟଙ୍କାର ଚିଙ୍ଗୁଡି । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶିବପୁରା ଗାଁରେ ଘଟିଛି ଏପରି ଘଟଣା । ଶିବପୁରା ଗାଁର ବିଶ୍ୱଭୂଷଣ ଦାସ ପୋଖରୀକୁ ଲିଜ୍ ସୂତ୍ରରେ ଆଣି କରିଥିଲେ ଚିଙ୍ଗୁଡି ଚାଷ ।ତେବେ ପୋଖରୀ ଲିଜ୍ ନେବାକୁ ନେଇ ଗାଁର ଅନ୍ୟ ଜଣେ ମଧ୍ୟ ଆଶୀୟୀ ଥିଲେ । ଗତ ସପ୍ତାହରେ କେହି ନଥିବାର ସୁଯୋଗ ନେଇ ଲିଜ୍ ପାଇନଥିବା ଅମରେନ୍ଦ୍ର ନାୟକ ପୋଖରୀରେ ବିଷ ପକାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମରେ କିଛି ଲୋକଙ୍କ ଠାରୁ ହାତ ଉଧାରୀ ଓ ଘରୋଇ ସଂସ୍ଥାରୁ ୬ ଲକ୍ଷ ଟଙ୍କାର ଋଣ ଆଣି କରିଥିଲେ ଚିଙ୍ଗୁଡି ଚାଷ । କିଛି ଦିନ ପରେ ଅମଳ ହୋଇଥାନ୍ତା ମାଛ । ପୋଖରୀରେ ବିଷ ପକାଇବା ଫଳରେ ପ୍ରାୟ ୧୩ ଲକ୍ଷ ଟଙ୍କାର ଚିଙ୍ଗୁଡି ନଷ୍ଟ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଚିଙ୍ଗୁଡି ଚାଷୀ । ବର୍ତ୍ତମାନ କରୋନା ସମୟରେ କିପରି ସେ ଋଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0