କରୋନା ଭାଇରସ ଉପରେ ନିୟନ୍ତ୍ରଣକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଡ଼ ଚର୍ଚ୍ଚା ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚଓ)ର ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ ପାକିସ୍ତାନର ଭୂରି ଭୂରି ପ୍ରଶଂସା କରିଛନ୍ତି । ଏହି ସମୟରେ ପାକିସ୍ତାନଠୁ ସାରା ବିଶ୍ୱ ଶିଖିବା ଉଚିତ୍ । କରୋନା ମୁକାବିଲାରେ ପାକିସ୍ତାନ ସରକାରଙ୍କ ରଣନୀତିର ସେ ସମର୍ଥନ କରିଛନ୍ତି । ସେଠାରେ ଅନେକ ବର୍ଷ ଆଗରୁ ପ୍ରଚଳିତ ପୋଲିଓ ଢ଼ାଞ୍ଚାର ସାହାରା ନିଆଯାଇଛି । ସେମାନେ ଘର ଘର ବୁଲି ଛୋଟ ପିଲାମାନଙ୍କୁ ଭ୍ୟାକ୍ସିନ ଦେଉଥିବା କମ୍ୟୁନିଟି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ପାକିସ୍ତାନରେ ଏମାନେ ସର୍ଭେଲାନ୍ସ , କରୋନା ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚଓ ଯତ୍ନ ପାଇଁ ପ୍ରଶଂସିତ ହେଇଛନ୍ତି । କରୋନା ଭାଇରସ୍ ମୁକାବିଲାରେ କେତେକ ଦେଶ ସଫଳତା ପାଇଛନ୍ତି । କାରଣ ଏମାନଙ୍କ ଭିତରୁ ଅନେକ ଦେଶ , ସାର୍ସ, ମର୍ସ, ଖସରା, ପୋଲିଓ, ଇବୋଲା, ଫ୍ଲୁ ସମେତ ଅନେକ ରୋଗର ମୁକାବିଲାରେ ଆଗରୁ ମାହିର ଥିଲେ । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ସ୍ପେଶାଲ ଆସିଷ୍ଟାଣ୍ଟ ଡାକ୍ତର ଜଫର ମିର୍ଜା ମଧ୍ୟ କହିଛନ୍ତି କି ପାକିସ୍ତାନର ପ୍ରୟାସକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଥିବା ସ୍ୱୀକାର କରିଛନ୍ତି । ପାକିସ୍ତାନ ବ୍ୟତୀତ ଥାଇଲାଣ୍ଡ, କାମ୍ବୋଡିଆ, ଜାପାନ, ନ୍ୟୁଜିଲାଣ୍ଡ, ଦି ରିପବ୍ଲିକ ଅଫ୍ କୋରିଆ, ଖାଣ୍ଡା, ସେନେଗଲ, ଇଟାଲୀ, ସ୍ପେନ ଓ ଭିଏତନାମ ପରି ଦେଶର ମଧ୍ୟ ପ୍ରଶଂସା କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0