ପୂର୍ବତନ ମୁଖ୍ୟ ଶାସନ ସଚିବ ରାମକାନ୍ତ ମିଶ୍ରଙ୍କ ପତ୍ନୀ ସତ୍ୟଭାମା ମିଶ୍ରଙ୍କର ଗତ ସେପ୍ଟେଟର ୮ ତାରିଖ, ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି। ତାଙ୍କ ସ୍ୱାମୀ, ଦୁଇ ପୁଅ ଏବଂ ଗୋଟିଏ ଝିିଅ ଅଛନ୍ତି।
ଜଣେ ସମାଜସେବୀ ଭାବେ ସ୍ୱର୍ଗତା ମିଶ୍ର ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ। ସେ ବହୁ ମହିଳା ସଂଗଠନର ସଦସ୍ୟା ରହିବା ସହ ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର କଲ୍ୟାଣ ନିମନ୍ତେ ବହୁ କାର୍ଯ୍ୟ କରିଥିଲେ। ବିଶେଷ କରି ସୁବିଧା ସୁଯୋଗରୁ ବଞ୍ଚିତ ପିଲାମାନଙ୍କର ଶିକ୍ଷା ଏବଂ ମହିଳା ସଶକ୍ତୀକରଣ ଦିଗରେ ତାଙ୍କର ଅନୁଳନୀୟ ଅବଦାନ ରହିଥିଲା। ତାଙ୍କର ପରିଚିତ ଥିବା ସମସ୍ତ ଲୋକଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସେ ତାଙ୍କ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ସବୁ ମହଲରେ ଶୋକର ଛାୟା ଖେଳି ଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0