ପୁରୀ : ପୁରୀ ରେଡକ୍ରସ୍ ରୋଡ୍ରେ ଥିବା କୋଭିଡ ମେଡିକାଲକୁ ଭଗବନା ଭରସା। ଏହି ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିବା କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ମେଡିକାଲର ପରିଚାଳନାଗତ ବିଭ୍ରାଟ ଓ ମେଡିକାଲ ଦାୟିତ୍ବରେ ଥିବା ଇନଚାର୍ଜ ଉତ୍ପଳ ନନ୍ଦିଙ୍କ ଦାୟିତ୍ବହୀନତା ଯୋଗୁଁ ଏଠାରେ ଗୁରୁତର ସମସ୍ୟା ଉପୁଜିଛି। ଏଠାରେ ଗୁରୁତର ରୋଗୀଙ୍କୁ ଆଇସିୟୁ ଭିତରେ ବିନା ଆଟେଣ୍ଡାଣ୍ଟ ଓ ଡାକ୍ତରରେ ଛାଡି ଦିଆଯାଉଛି। ରାତି ତମାମ ଆଇସିୟୁରେ ରୋଗୀ କେବଳ ଭଗବାନଙ୍କୁ ଭରସା କରି ବଞ୍ଚୁଛି। କିଛି ରୋଗୀ ବିନା ଚିକିତ୍ସାରେ ଆଖି ବୁଜିଛନ୍ତି। ଦୁଇ ତିନି ଦିନ ଧରି ବେଡ୍ରେ ପଡ଼ିରହୁଥିଲେ ବି ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଉ ନାହିଁ। ଅନ୍ୟ ରୋଗରେ ପୀଡିତ ରୋଗୀଙ୍କୁ ଆଦୌ ଚିକିତ୍ସା କରାଯାଉନାହିଁ। ଶ୍ରୀନନ୍ଦି ମେଡିକାଲକୁ କମ୍ ଆସନ୍ତି। କୋଭିଡ୍ ମେଡିକାଲରେ କାମ କରି ବି ସେ ପୁରୀ ବାହାରେ ଘରୋଇ ଚିକିତ୍ସା କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ପୁରୀରେ କରୋନା ଏବେ ହୁ ହୁ ହୋଇ ବଢ଼ୁଥିବା ବେଳେ ଶ୍ରୀ ନନ୍ଦି ଶଯ୍ୟା ଖାଲି ନାହିଁ ବୋଲି କହି ରୋଗୀଙ୍କୁ ଆଡ୍ମିସନ ସୁଯୋଗ ଦେଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୁରୀର ଗଣମାଧ୍ୟ୍ୟମ ଓ ବୁଦ୍ଧିଜୀବୀଙ୍କ ମହଲରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁତର ରୋଗୀଙ୍କୁ ଏଭଳି ଅବହେଳା କରୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0