ସୋନିଆ ଗାନ୍ଧୀଙ୍କୁ ଜୁଲାଇ ମାସ ଶେଷରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ରୁଟିନ ଚେକ୍ଅପ୍ ପାଇଁ ଭର୍ତ୍ତି ହୋଇଥିଲେ । ସୋନିଆ ଗାନ୍ଧୀ ବିଦେଶ ଯିବା ପୂର୍ବରୁ ସଙ୍ଗଠନରେ 11 ତାରିଖ ଦିନ ଦଳରେ ସାଙ୍ଗଠନିକ ପରିବର୍ତ୍ତନ କରିଥିଲେ । ପ୍ରିୟଙ୍କା ଗାନ୍ଧୀ ସମେତ ମୋଟ ନଅ ଜଣଙ୍କୁ ଦଳର ମହାସଚିବ ନିଯୁକ୍ତ କରିଛନ୍ତି । ଅଧ୍ୟକ୍ଷ ଭାବରେ ତାଙ୍କୁ ସହଯୋଗ କରିବାକୁ ସୋନିଆ ଗାନ୍ଧୀ 6 ଜଣିଆ ସ୍ବତନ୍ତ୍ର କମିଟି ଗଠନ କରିଥିଲେ । ଗୁଲାମ ନବୀ ଆଜାଦଙ୍କୁ ମହାସଚିବ ପଦବୀର ହଟାଇ ଦେଇଥିଲେ ।ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ଆସନ୍ତା ଦୁଇ ଦିନ ମଧ୍ୟରେ ଭାରତ ଫେରି ସଂସଦ ଅଧିବେଶନରେ ଯୋଗଦେବେ। ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେମାନଙ୍କ ସହ ଯୋଗଦେବା ପରେ ରାହୁଲ ଗାନ୍ଧୀ ଫେରିବେ ବୋଲି ଜଣାପଡିଛି । ବିଦେଶ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ପ୍ରତିରକ୍ଷା ସଂସଦୀୟ କମିଟିର ବୈଠକରେ ଯୋଗ ଦେଇଥିଲେ।ସୂଚନାଯୋଗ୍ୟ, କୋରୋନା କଟକଣା ମଧ୍ୟରେ ସେପ୍ଟେମ୍ବର 14 ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ ଏବଂ ଅକ୍ଟୋବର 1 ତାରିଖରେ ଶେଷ ହେବ । ଏଥର ମୋଚ 18ଟି କାର୍ଯ୍ୟ ଦିବସ ରହିଥିବାବଳେ ଶନିବାର କିମ୍ବା ରବିବାର ଛୁଟି ରହିବ ନାହିଁ ।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0