ଅନୁଗୁଳ: ରେଳ ଲାଇନ କାର୍ଯ୍ୟକୁ ବିରୋଧ କରିଛନ୍ତି ପାରିପରା ଗ୍ରାମବାସୀ । ଘଟଣାସ୍ଥଳରେ ଚାପା ଉତ୍ତେଜନା ରହିଛି। ଘଟଣାସଂପର୍କରେ ଖବର ପାଇ ପୋଲିସ ଓ ପ୍ରଶାସନ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି । ଜରପଡା-କେରଜାଙ୍ଗ ସେକ୍ସନ ରେଲୱେ ଲାଇନର ଦୋହରି କରଣ କାର୍ଯ୍ୟକୁ ବିରୋଧ କରୁଛନ୍ତି ପାରିପରା ଗ୍ରାମବାସୀ। ଯାହାଫଳରେ କି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଇଛି ।

ସୁରକ୍ଷାଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୃତୟନ ହେବା ସହ ସ୍ଥାନୀୟ ଲୋକମାନକୁ ବୁଝାସୁଝା କରୁଛନ୍ତି ପ୍ରଶାସନ। ତେବେ ଯେଉଁଠାରେ ଲାଇନ କ୍ରସ କରୁଛି, ସେହି ଠାରୁ ୪ଶହ ମିଟର ଦୂରରେ ଗ୍ରାମବାସୀ ଯିବା ପାଇଁ ପୋଲ ତଳ ରାସ୍ତା (Road under Bridge) ତିଆରି ହେଉଛି । ଏହାସହିତ ଆପ୍ରୋଚ ରୋଡ଼ ମଧ୍ୟ ତିଆରି ହେଉଛି। କିନ୍ତୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ଗ୍ରାମବାସୀଙ୍କ ମତରେ, ଯେଉଁଠାରେ ରୋଡ଼ ଲାଇନ କ୍ରସ କରୁଛି ସେହିଠାରେ ବ୍ରିଜ ତିଆରି ହେଉ। ନ ହେଲେ କାମ ବନ୍ଦ ହେବ ବୋଲି ଜିଦ ଧରିଛନ୍ତି।
ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଅବଗତ ଅଛନ୍ତି। ତେଣୁ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ଶତାଧିକ ପୁରୁଷ ଏବଂ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0