ଟେଲିଭିଜନର ସୁପରହିଟ ଶୋ ‘କୁଣ୍ଡଳୀ ଭାଗ୍ୟ’ରେ ପୃଥୀ ମଲହୋତ୍ରା ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ସଞ୍ଜୟ ଗଗନାନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଞ୍ଜୟ ବର୍ତ୍ତମାନ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଗତ କିଛିଦିନ ହେବ ତାଙ୍କୁ ସାମାନ୍ୟ ଜ୍ୱର ଅନୁଭୁତ ହେବାରୁ ସେ କୋଭିଡ଼ ଟେଷ୍ଟ କରାଇଥିଲେ । ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ପଜିଟିଭ ଆସିବା ପରେ ସେ ନିଜେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।
ସଞ୍ଜୟ ଗଗନାନୀ ନିଜର ପ୍ରସଂସକ ମାନଙ୍କ ପାଇଁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଯେତେବେଳେ ଛୋଟ ଥିଲି ସେତେବେଳ ଠାରୁ ଲଢେଇ କରି ଆସୁଛି । ମୁଁ ସର୍ବେଶ୍ୱର ନୁହଁ । ମୁଁ ହେଉଛି ଏକ ଯୋଦ୍ଧା । ମୁଁ ଏହା ସହ ଲଢେଇ କରି ପୁଣିଥରେ ଫେରିବି ।’ ସୂଚନାଯୋଗ୍ୟ, ଅନଲକ ପରେ ‘କୁଣ୍ଡଳୀ ଭାଗ୍ୟ’ର ସୁଟିଂ ଆରମ୍ଭ ହୋଇଯାଇଥିଲା । ସଞ୍ଜୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଶୋର ସୁଟିଂ କୁ ବନ୍ଦ କରିଦିଆଯାଇଛି । ନିୟମ ଅନୁଯାୟୀ ସୁଟିଂକୁ ୩ ଦିନ ପରେ ଆରମ୍ଭ କରାଯିବ । ତାହାସହିତ ସଂପୂର୍ଣ୍ଣ ସୁଟିଂ ସେଟକୁ ସାନିଟାଇଜ କରାଯିବ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0