spot_img

କୋଭିଡ ଆକ୍ରାନ୍ତଙ୍କ ପାଇଁ ଆଇସିୟୁରେ ହେବ ୮୦ ପ୍ରତିଶତ ବେଡ୍ -ଦିଲ୍ଲୀ ସରକାର

ଘରୋଇ ହସପିଟାଲର ଆଇସିୟୁରେ ୮୦ ପ୍ରତିଶତ ବେଡ କୋଭିଡ ଆକ୍ରାନ୍ତଙ୍କ ପାଇଁ ରହିବ ସଂରକ୍ଷିତ । ପାଞ୍ଚଟି କୋଭିଡ ଡାକ୍ତରଖାନା ସମେତ ୩୩ ଟି ଘରୋଇ ଡାକ୍ତରଖାନାକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । କୋରୋନା ସଂକ୍ରମଣରେ ରୋକ ଲାଗାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।
ଦିଲ୍ଲୀରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମେ’ ମାସରେ ୧୧୭ ଘରୋଇ ମେଡିକାଲ ସହିତ କିଛି ନର୍ସିଂହୋମକୁ ୨୦ ପ୍ରତିଶତ ବେଡ କୋଭିଡ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ୧୦ଟି ଘରୋଇ କୋଭିଡ ମେଡିକାଲକୁ ମଧ୍ୟ ଏହି ନିୟମ ପାଳନ କରିବା ପାଇଁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular