spot_img

କୁମ୍ଭୀରକୁ ଡ଼୍ୟାମରେ ଛାଡିଲେ ଗ୍ରମବାସୀ

ଦିଗପହଣ୍ଡି: ଜମିରୁ କୁମ୍ଭୀର ଉଦ୍ଧାର ଘଟଣା । କୁମ୍ଭୀରକୁ ବାଇକରେ ନେଇଥିଲେ ଗ୍ରାମବାସୀ । ବାଇକରେ ଆଣି ଘୋଡ଼ାହାଡ଼ ଡ଼୍ୟାମରେ ଛାଡିଲେ ଗାଁର ଯୁବକ । ଏବେ ଏହାର ଭିଡିଓ ଭାଇରାଲ ହେଉଛି । କୁମ୍ଭୀରକୁ ଉଦ୍ଧାର ପରେ କିଭଳି ଭାବରେ ବେଖାତିର ଢ଼ଙ୍ଗରେ ବାଇକ ରେ ବସାଇ ନେଉଛନ୍ତି ତାହା ସଫା ସଫା ଦିଶୁଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗାଁରେ ଦେଖିବାକୁ ମିଳିଛି ।  ଏହା ଗାଁ ଲୋକଙ୍କ କୁମ୍ଭୀର ପ୍ରତି ଭଲ ମାନବିକତାର ପରିଚୟ ହୋଇଥାଇପାରେ । କିନ୍ତୁ ଏଭଳି ଭାବେ ଭୁଲ ଢ଼ଙ୍ଗରେ ଗାଡ଼ିରେ କୁମ୍ଭୀରକୁ ନେବା ସମ୍ପୂର୍ଣ୍ଣ ଭାବରେ ଭୁଲ । କିନ୍ତୁ ଏଥିରେ ଗାଁ ଲୋକଙ୍କର କୌଣସି ଭୁଲ ନାହିଁ ।

କେବଳ ଦିଗପହଣ୍ଡି ବନବିଭାଗର ଅପାରଗତା ଏବଂ ଖାମଖିଆଲିଆ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଯଦି ଏଠାରେ ବନ ବିଭାଗ ତାର କାର୍ଯ୍ୟକୁ ଠିକ୍‌ ଭାବରେ କରିଥାନ୍ତା ତେବେ ଗାଁ ଲୋକଙ୍କୁ ଏଭଳି ଭାବରେ କୁମ୍ଭୀରକୁ ନେଇ ଯିବାକୁ ପଡ଼ି ନଥାନ୍ତା । ସବୁଠାରୁ ବଡ଼ କଥା ହେଉଛି କୁମ୍ଭୀରକୁ ଉଦ୍ଧାର ପରେ ଠିକ୍‌ ଭାବରେ ନଦୀରେ ଛଡ଼ା ହୋଇଥିବା କହିଥିଲା ଦିଗପହଣ୍ଡି ବନବିଭାଗ ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଏବେ ଭିଡିଓ ଭାଇରାଲ ହେବା ପରେ ଭନବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି । କୁମ୍ଭୀର ଉଦ୍ଧାର ସମୟରେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନବିଭାଗ ପାରା କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ କୁମ୍ଭୀରର ସୁରକ୍ଷା ପ୍ରତି କାହାରି ଯେମିତି ନିଘା ନଥିଲା ।

ସୁଚନା ଅନୁଯାୟୀ, ଗତକାଲି ଏହି କୁମ୍ଭୀରଟିକୁ ଉକ୍ତ ଗାଁର ସିମାଞ୍ଚଳ ପାଣିଗ୍ରାହୀଙ୍କ ଧାନ ଜମିରୁ ଉଦ୍ଧାର କରାଯାଇଥିଲା । ଯାହାକୁ  ଦିଗପହଣ୍ଡି ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି ବୋଲି କହିଥିଲେ ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଆଜି ଭିଡିଓ ଭାଇରାଲ ପରେ ସବୁ ମିଛ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular